ନାବାଳିକାଙ୍କୁ ପ୍ରତାରଣା ଦେଇ ଗର୍ଭବତୀ କରିଥିବା ଯୁବକ ଗିରଫ
ପାରଳାଖେମୁଣ୍ଡି: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଲେ ଓ ପୁଣି ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବାତ କରାଇ ଦେଲେ। ଏହାପରେ ଫେରାର ହୋଇଗଲେ ଧୋକ୍କାବାଜ୍ ପ୍ରେମିକ। ଏପରି ଏକ ଅଭିଯୋଗ ଘଟିଛି ଗଜପତି ଜିଲ୍ଲାରେ। ରାୟଗଡ଼ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଅଭିଯୁକ୍ତ ରାଜୁ ଗୌଡ଼କୁ ହାଇଦ୍ରାବାଦରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ରାୟଗଡ଼ ଥାନା ସୋରଡ଼ା ଗାଁରେ ବୋଲି ଜଣାପଡିଛି।
ଅଭିଯୋଗ ଅନୁସାରେ, ରାଜୁ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଗର୍ଭପାତ କରାଇଥିଲେ। ଏହାପାରେ ଆଣି ଗାଁରେ ଛାଡ଼ି ଫେରାର ହୋଇଯାଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ହାଇଦ୍ରାବାଦରୁ ରାଜୁକୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସ୍ଡିପିଓ ସୂଚନା ଦେଇଛନ୍ତି।