ଘର କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ ଶୋଇଥିଲେ। ରାତିରେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲେ।

ଏହି ସମୟରେ ଅନ୍ୟ ଘରେ ଶୋଇଥିବା ନାବାଳିକାର ବାପା ମାଆ ଉଠି ଆସିବାରୁ ଯୁବକ ଜଣକ ସେଠାରୁ  ଦୌଡ଼ି ପଳାଇଥିଲା। ତେବେ ଯୁବକ ଜଣକ ଗଲା ବେଳେ ନାବାଳିକା ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏନେଇ ଗତକାଲି ସୋର ଥାନାରେ ଅଭିଯୋଗ ପରେ ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଯିବା ସହ ଅଭିଯୁକ୍ତ ସୁବାସକୁ ପୁଲିସ୍‌ ଗିରଫ କରିଛି।

You might also like