ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଧୋକାବାଜି

ସୋର: ଲଭ୍‌-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ।

ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ ପରିଚୟ ହୋଇଥିଲା।

ଏହାପରଠୁ ଉଭୟେ ବିଭିନ୍ନ ସ୍ଥାନରେ ବୁଲାବୁଲି କରିବା ସହିତ ଏକାଠି ମଧ୍ୟ ରହୁଥିଲେ। ତେବେ ଅଗ୍ନିଶମ ବିଭାଗରେ ଚାକିରି ପାଇବା ପରେ ସଂଗ୍ରାମ ଆଉ ସମ୍ପୃକ୍ତ ଯୁବତୀଙ୍କ ସହିତ ସମ୍ପର୍କ ରଖିନଥିଲେ।

ଆସନ୍ତା ୧୮ ତାରିଖରେ ସଂଗ୍ରାମଙ୍କ ବିବାହ ଅନ୍ୟତ୍ର ହେଉଥିବା ଖବର ପାଇ ଯୁବତୀ ଜଣଙ୍କ ସୋର ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

You might also like