ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ
ଗଜପତି: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଅଡ଼ବା ଥାନା ଅନ୍ତର୍ଗତ ଡୁମିଗୁଡ଼ା ଗାଁର ଜଣେ ୨୩ବର୍ଷାୟ ଯୁବତୀଙ୍କ ସହ ଚିତ୍ର ମଲ୍ଲିକ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଉକ୍ତ ଯୁବତୀଙ୍କୁ ପ୍ରତାରଣା କରି ଯୁବକ ଜଣକ ଗାଁ ଛାଡ଼ି ଚାଲି ଯାଇଥିଲା।
ଫଳରେ ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକ ଚିତ୍ର ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।