ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ

ପୁରୀ: ପୁରୀ ପିପିଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିପିଲି ହାଟସାହି ପଞ୍ଚାୟତ ଅଞ୍ଚଳରେ ଜଣେ ଯୁବକଙ୍କୁ ଜିଅନ୍ତା ଜାଳିଦେବା ଭଳି ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳର ବସନ୍ତ ଛାଟୋଇ ନାମକ ଜଣେ ଯୁବକ ପରିଶ୍ରା ଯିବା ବେଳେ କିଛି ବ୍ୟକ୍ତି ତାଙ୍କୁ ପଛ ପଟୁ ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଅଭିଯୋଗକୁ ନେଇ ଏକ ମାମଲା ରୁଜୁ କରିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥାଏ ବୋଲି ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ

You might also like