ଚପଲରେ ପିଟିବା ପ୍ରସଙ୍ଗ: ଉଦ୍ଧବଙ୍କୁ ଏମିତି ଜବାବ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଶିବସେନା ଓ ବିଜେପି ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି I ଚପଲ ଖୋଲି ପିଟିବାକୁ ଇଚ୍ଛା ହେଊଥିବା ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ। ଯୋଗୀ ଅଦିତ୍ୟନାଥ ଉଦ୍ଧବ ଥାକରେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ମୁଁ ଉଦ୍ଧବ ଠାକରେଙ୍କଠାରୁ ଅଧିକ ସଭ୍ୟ ଓ ସଂସ୍କାରୀ। ତେଣୁ ସେ ମୋତେ କିଛି ଶିକ୍ଷା ଦିଅନ୍ତୁ ନାହିଁ।

ଶୁକ୍ରବାର ଶିବସେନା ମୁଖପତ୍ର ସାମନାରେ ଉଦ୍ଧବ ଥାକରେ ଯୋଗୀଙ୍କୁ ଭୋଗୀ ବୋଲି କହିଛନ୍ତି । ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ବେଳେ ଯୋଗୀ ଚପଲ ଖୋଲି ନ ଥିବା ଅଭିଯୋଗ କରିଥିଲେ ଉଦ୍ଧବ I ତେଣୁ ତାଙ୍କୁ ଚପଲରେ ପିଟିବାକୁ ଇଛା ହେଉଥିବା କହିଥିଲେ। ଖବର ଅନୁସାରେ ମହାରାଷ୍ଟ୍ରର ପାଲଘରରେ ଉପନିର୍ବାଚନ ହେବାକୁ ଥିବାରୁ ଯୋଗୀ ବିଜେପି ପାଇଁ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ। ଏହି ଅବସରରେ ସେ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପାଲଘର ଉପନିର୍ବାଚନରେ ଶିବ ସେନା ଓ ବିଜେପି ଉଭୟଙ୍କ ବିରୋଧରେ ପ୍ରାର୍ଥୀ ଦେଇଛନ୍ତି I

ଆହୁରି ପଢ଼ନ୍ତୁ

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

You might also like