ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ: କିମ୍ ଜଙ୍ଗ୍

ସିଙ୍ଗାପୁର: ଆମେରିକା-ଉତ୍ତର କୋରିଆ ଐତିହାସିକ ଶିଖର ସମ୍ମିଳନୀ ଶେଷରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷର ପରେ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗ୍ କହିଛନ୍ତି ଯେ, ଆମେ ଅତୀତକୁ ଭୁଲିଯିବାକୁ ନିଷ୍ପତ୍ତି ନେଇଛୁ।  ଆଗକୁ ବିଶ୍ୱ ଏକ ବଡ଼ ପରିବର୍ତ୍ତନ ଦେଖିବ।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ ଆହୁରି ଅନେକ ଥର ସାକ୍ଷାତ ଆଲୋଚନା କରିବୁ। କିମ୍‌ଙ୍କୁ  ହ୍ୱାଇଟ୍‌ ହାଉସ୍‌କୁ ନିମନ୍ତ୍ରଣ ନେଇ ପ୍ରଶ୍ନରେ ଟ୍ରମ୍ପ ନିଶ୍ଚିତ ବୋଲି କହିଥିଲେ।

ଆଜି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍‌ଙ୍କ ମଧ୍ୟରେ ଆଲୋଚନା ସହିତ ୩ଟି ପର୍ଯ୍ୟାୟରେ ପ୍ରତିନିଧିସ୍ତରୀୟ ବୈଠକ ହୋଇଥିଲା। ଏହି ଐତିହାସିକ ବୈଠକ  ସିଙ୍ଗାପୁର ସେଣ୍ଟୋସା ସ୍ଥିତ କାପେଲା ହୋଟେଲ୍‌ରେ ଅନୁଷ୍ଠିତ ହୋଇଥିଲା।

You might also like
Comments
Loading...