ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଜଳ ଦିବସ।  ଏହି ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ‘Save Water, Save Life’ ଉପରେ ଏକ ବାର୍ତ୍ତା ଦେଇଛନ୍ତି।

ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ ବାଲୁକାକଳା ନିର୍ମାଣ କରିଛନ୍ତି ପୁରୀ ବେଳାଭୂମିରେ।

ପୁରୀ ବେଳାଭୂମିରେ ଶିଳ୍ପୀ ମାନସ ସାହୁ କରିଥିବା ବାଲୁକାକଳାରେ ସେ LIFE FLOWS IN EACH DROP OF WATER & SAVE WATERର ବାର୍ତ୍ତା ଦେଇଛନ୍ତି।

ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ।  ଏହି ଉପଲକ୍ଷେ ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୨ରେ WORLD WATER DAY ପାଳନ କରାଯାଉଛି।  ବିଶ୍ୱବାସୀଙ୍କୁ ଜଳର ଆବଶ୍ୟକତା, ଜଳ ପ୍ରଦୂଷଣ ସଂପର୍କରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।

You might also like