ଆଜି ବିଶ୍ୱ ସାଇକେଲ ଦିବସ : ଦିଲ୍ଲୀରେ ସାଇକେଲ ରାଲିର ଉଦଘାଟନ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ବଦିଳିଛି ସମୟ, ବଦଳିଛି ଲୋକମାନଙ୍କର ଗମନାଗମନର ସାଧନ। ପ୍ରଥମେ ପାଦରେ ଚାଲୁଥିବା ମଣିଷ ପରେ ଶଗଡ଼, ଘୋଡ଼ାଗାଡି, ଚାରିଚକିଆ ଯାନ, ରେଳ ଗାଡି  ପରେ ଏବେ ବିମାନରେ ଯାତ୍ରା କରୁଛି। ହେଲେ ଏସବୁ ସାଧନ ମଧ୍ୟରେ ଅତି ଲୋକପ୍ରିୟ ହୋଇଛି ସାଇକେଲ। ତେଣୁ ସାଇକେଲର ବ୍ୟବହାରକୁ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ଘୋଷଣା କରିଛି ମିଳିତ ଜାତିସଂଘ। ଏଥିପାଇଁ ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଥମ ଥର ପାଇଁ ସାଇକେଲ ରାଲିର ଆୟୋଜନ କରାଯାଇଛି। ହଜାର ହଜାର ସଂଖ୍ୟାରେ ଛୋଟପିଲାଙ୍କ ଠାରୁ ବରିଷ୍ଠ ନାଗରିକ ମାନେ ଏଥିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଦିଲ୍ଲୀରେ ଏକ ସାଇକେଲ ରାଲିର ଆୟୋଜନ ହୋଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭାରମ୍ଭ କରିଥିଲେ। ଦିଲ୍ଲୀ ନଗର ନିଗମ ଦ୍ୱାରା ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା। ସାଇକେଲର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା ଏହି ରାଲି। ଏହି ଅବସରରେ ବିଶ୍ୱ ସୁନ୍ଦରୀ ମାନୁସୀ ଛିଲ୍ଲାର ମଧ୍ୟ ଯୋଗ ଦେଇଥିଲେ।

ସେହିପରି ବିଶ୍ୱ ସାଇକେଲ ଦିବସ ଅବସରରେ ଭୁବନେଶ୍ୱରରେ ମଧ୍ୟ  ସାଇକେଲିଂ ଓ ଆଡ୍‌ଭେଞ୍ଚର କ୍ଲବ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ଭୁବନେଶ୍ୱର କ୍ଲବ ନିକଟରୁ ବାହାରି ନନ୍ଦନକାନନ ଯାଏ ଯାଇଛି। ଏଥିରେ ଅନେକ ଆଇପିଏସ୍ ଅଧିକାରୀ, ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ।

 

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like