ତେଜୁଛି ମଦ ବିରୋଧି ଆନ୍ଦୋଳନ

କଟକ : ତେଜୁଛି ମଦ ବିରୋଧି ଆନ୍ଦୋଳନ। ପାଟକୁରା ପରେ ଆଜି ବାଙ୍କୀ ବୈଦଶ୍ୱର ଥାନା ଅନ୍ତର୍ଗତ ବଢାମଲ ଗାଁରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଗତ ୧୨ ତାରିଖରେ ଗାଁର ଜଣେ ବ୍ୟକ୍ତି ଦେଶୀ ମଦ ଖାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ଆଜି ଶତାଧିକ ମହିଳା ଗାଁରେ ଚୋରା ମଦ ବିକ୍ରିକୁ ବିରୋଧ କରିବା ସହ କଳାପଥର-କଣ୍ଟିଲୋ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ଗାଁକୁ ସଂପୂର୍ଣ୍ଣ ମଦ ମୁକ୍ତ କରିବା ସହ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳାମାନେ ଦାବି କରିଛନ୍ତି। ପରେ ବୈଦେଶ୍ୱର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

You might also like