ମହିଳାଙ୍କ ମୃତ ଦେହ ଉଦ୍ଧାର : ଯୌତୁକ ନିର୍ଯାତନା ଅଭିଯୋଗ

ଯାଜପୁର : ଯାଜପୁର ରୋଡ ଥାନା ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର।  ମୃତକ ଜଣକ ଝାଡଖଣ୍ଡ ଅଂଚଳର ବୋଲି ଜଣାପଡିଛି। ମୃତ ମହିଳାଙ୍କ ସ୍ୱାମୀ କଳିଙ୍ଗନଗର ଜିନ୍ଦଲ ଷ୍ଟିଲନେଶ ଖାରଖାନାରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନା ପଙ୍କଜ କୁମାର।

ଗତକାଲି ରାତିରେ ପଙ୍କଜ କାରଖାନାରୁ ଫେରି କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବା ପରେ ପଡୋଶୀଙ୍କ ସହଯୋଗରେ କବାଟ ଭାଙ୍ଗିଥିଲେ।  ତେବେ ମହିଳା ଜଣଙ୍କ ଓଢଣିରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।

ସେପଟେ ମହିଳାଙ୍କୁ ତାଙ୍କ ସ୍ୱାମୀ ଯୌତୁକ ପାଇଁ ବାରମ୍ବାର ନିର୍ଯାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପଙ୍କଜ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତ ପଙ୍କଜଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like