ନଦୀକୁ ଡେଇଁଥିଲେ, ବଞ୍ଚିଗଲେ

ଭୁବନେଶ୍ୱର: କିଛି ସମୟ ତଳେ କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଟଙ୍କପାଣି ରୋଡ୍‌ ନିକଟ ନଦୀରୁ ତାଙ୍କୁ ଉଦ୍ଧାର କରାଯାଇଛି।

ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ମହିଳା ଜଣକ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମହିଳା ଜଣକ ଏକ ଗାଡ଼ିରେ ଆସି ଭୁବନେଶ୍ୱର ଉପକଣ୍ଠ ହଂସପାଳ ନିକଟରେ କୁଆଖାଇ ବ୍ରିଜ୍ ଉପରେ ଗାଡ଼ି ରଖିଥିଲେ। ପରେ ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ତେବେ କ’ଣ ପାଇଁ ଯୁବତୀ ଜଣଙ୍କ ନଦୀକୁ ଡେଇଁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

You might also like