ଅଜଣା ଗାଡ଼ି ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲାରେ ଅଜଣା ଗାଡ଼ି ଧକ୍କାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଇମାଟିର ମହିଳା ସରପଞ୍ଚଙ୍କ ମୃତ୍ୟୁ।  ତାଙ୍କ ନାଁ ମିତାଞ୍ଜଳି ସ୍ୱାଇଁ । ଗତରାତିରେ ରେଳ ଷ୍ଟେସନ୍‌ରୁ ଫର୍ଟିଲାଇଜର ଟାଉନସିପ୍‌ସ୍ଥିତ ବାପ ଘରକୁ ଅଟୋରେ ଯିବା ବେଳେ ଆର୍‌ଏସ୍‌ପି ସ୍ଲାଗ୍ ଗେଟ୍ ନିକଟ ଜାତୀୟ ରାଜପଥରେ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଅଟୋରେ ତାଙ୍କ ବାପା ମାଆ ମଧ୍ୟ ଥିଲେ। ଅଟୋ ଓଲଟି ପଡ଼ିବା ପରେ ମିତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ତାଙ୍କ ବାପା ମାଆ ମଧ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

You might also like