ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳା ଗର୍ଭବତୀ

ଚାନ୍ଦବାଲି: ପୁଣି ଫେଲ୍ ମାରିଲା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର। ଅସ୍ତ୍ରୋପଚାର ପରେ ମଧ୍ୟ, ଜଣେ ମହିଳା ଗର୍ଭବତୀ ଥିବା ନେଇ ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ତେନ୍ତୁଲିଦା ଗାଁରେ ଏହି ଘଟଣା ଘଟିଛି।

ତେନ୍ତୁଲିଦା ଗାଁର ସୁଶାନ୍ତ ଦାସଙ୍କ ପତ୍ନୀ ଦେବୀ ଦାସ ଗତ ଜାନୁଆରୀ ୨୫ ତାରିଖରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅପ୍‌ରେସନ୍‌ର ୩ ମାସ ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇବାକୁ କହିଥିଲେ। ଆଉ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଥିଲା ସେ ଗର୍ଭବତୀ ଅଛନ୍ତି।

ଏନେଇ ସୁଶାନ୍ତ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭିଯୋଗ କରିଛନ୍ତି। ଏଥିସହ ଏହାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାପାଇଁ ଦାବି କରିଛନ୍ତି।

ଅନ୍ୟ ପଟେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ମହିଳା ଜଣକ ପୂର୍ବରୁ ଗର୍ଭବତୀ ଥିଲେ, ତାହା ୟୁରିନ୍‌ ଟେଷ୍ଟରେ ଜଣାପଡ଼ି ନଥିଲା। ଆଉ ଏବେ ପ୍ରସବ ପରେ ଯାହା କିଛି ସରକାରଙ୍କର ସୁବିଧା ରହିଛି ତାହା ହିଁ ଯୋଗାଇ ଦିଆଯିବ।

You might also like