ପୁଅର ମୃତ୍ୟୁରେ ଭାଙ୍ଗିପଡି ୨ ଝିଅଙ୍କ ସହ ମାଆର ଆତ୍ମହତ୍ୟା ଉଦ୍ୟମ

ଯାଜପୁର : ରୋଜଗାରିଆ ପୁଅର ମୃତ୍ୟୁରେ ଭାଙ୍ଗି ପଡିଲା ମାଆ। ଆଉ ଦିନକ ମଧ୍ୟରେ କଲେ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ। ଗତକାଲି ପୋଖରୀକୁ ଡେଇଁଥିଲା ଆଉ ଆଜି ୨ଝିଅଙ୍କ ସହ ମିଶି ବିଷ ପିଇ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଗୁରୁତର ଅସୁସ୍ଥ। ସମସ୍ତ ୩ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁ‌ରର ପଦାସାହିରେ। ସୂଚନା ଅନୁସାରେ ପଦାସାହିର କେତକୀ ଜେନାଙ୍କ ପୁଅ ମଣ୍ଟୁ କେରଳରେ ଏକ ପ୍ଲାଏଉଡ୍ ଫ୍ୟାକ୍ଟିରିରେ କାମ କରୁଥିଲେ। ତେବେ ୩ ଦିନ ତଳେ ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା।

ପୁଅର ମୃତ୍ୟୁ ଖବର ଶୁଣିବା ପରଠାରୁ ଦୁଃଖରେ ଭାଙ୍ଗି ପଡିଥିଲେ କେତକୀଙ୍କ ପୁରା ପରିବାର। ଆଜି ଦୁଇ ଝିଅ ମମତା ଓ ଗୁରୁବାରୀଙ୍କ ସହ ମିଶି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଗାଁ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

You might also like