• translate
Odishatv Bureau

ମୟୂରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ପିଠାବଟା ରେଞ୍ଜ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଆହାରି ଗାଁର ବୃଦ୍ଧା ନିର୍ମଳା ମହାନ୍ତ।

ସୂଚନା ଅନୁଯାୟୀ, ନିର୍ମଳା କାଠ ଆଣିବା ପାଇଁ ଗତକାଲି ଜଙ୍ଗଲକୁ ଯାଇଥିଲେ, ହେଲେ ସେ ଆଉ ଜଙ୍ଗଲରୁ ନଫେରିବାରୁ ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ପାରିପାର୍ଶିକ ସ୍ଥିତିରୁ ତାଙ୍କୁ ହାତି ଦଳିଦେଇଥିବା ଅନୁମାନ କରାଯାଉଛି।

Other Stories