ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ

କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ନାରକୀୟ କାଣ୍ଡ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଗୋଉଣିପୋଷା ପଞ୍ଚାୟତ ଖଡ଼ିଖମଣ ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ମୃତକ ହେଲେ ଖଡ଼ିଖମଣ ଗ୍ରାମର  ମାଦା ମାରାଣ୍ଡି। ଘଟଣା ଘଟାଇବା ପରେ ଆଜି ସକାଳୁ ସ୍ତ୍ରୀ ମାୟାବତୀ ମାରାଣ୍ଡି ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛି।

ସୋମବାର ରାତିରେ କୌଣସି ବିଷୟକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଶୋଇଥିବା ସମୟରେ ସ୍ତ୍ରୀ ମାୟାବତୀ ମାଦା ମାରାଣ୍ଡିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସ୍ୱାମୀ ମାଦା ମାରାଣ୍ଡିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ନେଇ ପୋଲିସ  ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

ଆହୁରି ପଢ଼ନ୍ତୁ

You might also like