ହରିଆନାରେ ହଲ୍‌ଚଲ୍‌ : ମହିଳା ଆଇଏଏସ୍‌ଙ୍କୁ ସିନିୟରଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ 

ନୂଆଦିଲ୍ଲୀ:  ହରିଆଣା ସରକାରଙ୍କ ପଶୁପାଳନ ବିଭାଗରେ କାର୍ଯ୍ୟରତ ଜୁନିଅର ମହିଳା ଆଇଏଏସ୍‌ଙ୍କୁ ସିନିଅର ଆଇଏଏସ୍‌ଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଆସିଛି ସିନିଅର ଆଇଏଏସ୍ ତଥା ହରିଆଣା ସରକାରଙ୍କ ଆଡ଼ିସନାଲ ଚିଫ୍ ସେକ୍ରେଟାରୀ ସୁନୀଲ ଗୁଲାଟୀଙ୍କ ବିରୋଧରେ। ମହିଳା ଆଇଏଏସ୍  ଜଣଙ୍କ ରବିବାର ସକାଳେ ଏକ ଫେସବୁକ୍ ପୋଷ୍ଟରେ ତାଙ୍କୁ ଯୌନ ଶୋଷଣ ହୋଇଥିବା ନେଇ ଖୁଲାସା କରିଛନ୍ତି।

ଅଫିସରେ ତାଙ୍କୁ କିପରି ବ୍ୟବହାର କରାଯାଏ ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ସେ ଅପିଲ କରିଛନ୍ତି। ସିନିଅର ଆଇଏଏସ୍ ଅଫିସର ସୁନୀଲ ଗୁଲାଟୀ ତାଙ୍କୁ ଧମକ ଚମକ ଦେବା ସହ ତାଙ୍କ ବାର୍ଷିକ ଗୋପନୀୟ ରିପୋର୍ଟ ଖରାପ କରିଦେବା ପାଇଁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ତାଙ୍କର ଏହି ଅଭିଯୋଗ ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ଇମେଲ ଯୋଗେ ପଠାଇଛନ୍ତି।

ମହିଳା ଆଇଏଏସ୍‌ଙ୍କ ଏହି ଅଭିଯୋଗ ଉପରେ ମୁଖ୍ୟ ଶାସନ ସଚିବ ତଦନ୍ତ କରିବେ ଓ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପଶୁପାଳନ ମନ୍ତ୍ରୀ ଓମ୍ ପ୍ରକାଶ ଧନଖଡ଼ କହିଛନ୍ତି। ଅନ୍ୟ ପକ୍ଷରେ ସିନିଅର ଆଇଏଏସ୍ ତଥା ଏସିଏସ୍ ସୁନୀଲ ଗୁଲାଟୀ ମହିଳା ଆଇଏଏସ୍‌ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଯେ କୌଣସି ପ୍ରକାର ତଦନ୍ତର ସାମନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

 

You might also like