ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ କଲେ ମହିଳା

ମୟୁରଭଞ୍ଜ  : ବାରମ୍ବାର ଫୋନ ସତ୍ତ୍ୱେ ଆସିଲାନି ଆମ୍ବୁଲାନ୍ସ। ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଫୁଲବାଡିଆ ଗାଁରେ ଘଟିଛି ଏହି ଘଟଣା। ଗାଁର ସୁଲୋଚନା ମହନ୍ତଙ୍କ ପ୍ରସବ ବେଦନା ହେବା ପରେ ଘର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ବାରମ୍ବାର ଫୋନ୍ ସତ୍ତ୍ୱେ ୧୦୨ ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି। ଫଳରେ ଏକ ଅଟୋରେ ତାଙ୍କୁ ଡାକ୍ତରଖାନା ଆଣୁଥିଲେ ପରିବାର ଲୋକେ।

ତେବେ ବାଟରେ ସେ ଅଟୋ ଭିତରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମାଆ, ନବଜାତ ଶିଶୁ ସୁସ୍ଥ  ଥିବା ସୂଚନା ମିଳିଛି। ଉଭୟଙ୍କୁ  କିଷାନତାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like