ହୋଟେଲ୍ ରୁମ୍ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ପୁରୁଷ ବନ୍ଧୁ ଫେରାର
ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ମଞ୍ଚେଶ୍ୱର ସ୍ଥିତ ଏକ ହୋଟେଲ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁ ଫେରାର ଅଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ୨ ଦିନ ଧରି ହୋଟେଲ୍ରେ ରହି ଆସୁଥିଲେ। ଯୁବକ ଜଣକ ଫେକ୍ ଆଧାର କାର୍ଡରେ ଆଦିତ୍ୟ ନାଁରେ ହୋଟେଲ୍ରେ ରୁମ୍ ବୁକ୍ କରି ରହୁଥିଲେ। ହେଲେ ଆଜି ସକାଳେ ହୋଟେଲ୍ ରୁମ୍ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ପୁରୁଷ ବନ୍ଧୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମହିଳା ଜଣକ ବିବାହିତ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ,ଏହି ଘଟଣାକୁ ନେଇ ପଟିଆରେ ରହୁଥିବା ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିବାବେଳେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି। ସେପଟେ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।