ଟ୍ରେନ୍ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ବ୍ରହ୍ମପୁର: ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ। ତାଙ୍କ ଘର ଭଞ୍ଜନଗର ଗାଙ୍ଗପୁର ଥାନା ବାଙ୍ଗରଡା ଗାଁରେ।
ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସ୍ରେ ବ୍ରହ୍ମପୁର ଆସୁଥିଲେ।
ଗତକାଲି ଟ୍ରେନ୍ରେ ହଠାତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ପ୍ରାଣ ହରାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ମୃତଦେହକୁ ଷ୍ଟେସନ ବାହାରକୁ ଆଣି ରଖିଥିବାବେଳେ, ପୋଲିସ ମୃତହେଦକୁ ଜବତ କରିଥିଲା।
ଅନ୍ୟପକ୍ଷରେ,ଏହି ଘଟଣାକୁ ନେଇ ପୋଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।