ତାଳଚେର ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳା ଅଟକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଘର ଆଗରେ ଧାରଣା ଦେବାକୁ ଆସୁଥିବାବେଳେ ମହିଳା ଅଟକ। ସୋନାଲିକା ମହାନ୍ତି ନାମ୍ନୀ ଉକ୍ତ ମହିଳା ଜଣକ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ଭାବେ ଦାବି କରି ଆସୁଛନ୍ତି।
ବିଧାୟକ ବ୍ରଜ ପ୍ରଧାନ ତାଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରି ସେ ନ୍ୟାୟ ପାଇଁ ଆସୁଥିବାବେଳେ ବାଟରୁ ତାଙ୍କୁ ପୋଲିସ ଧରି ନେଇଥିଲା। ପୂର୍ବରୁ ମଧ୍ୟ ମହିଳା ଜଣକ ଅନେକ ଥର ପ୍ରତିବାଦ କରିଥିଲେ। ଏମିତିକି ବିଧାୟକ ବ୍ରଜ ପ୍ରଧାନଙ୍କ ସରକାରୀ କ୍ୱାର୍ଟରକୁ ଯାଇ ସେଠାରେ ଭଙ୍ଗାରୁଜା ମଧ୍ୟ କରିଥିଲେ।