ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
କଟକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପିଟି ପିଟି ମାରି ଦେଇଥିବା ହୋଇଛି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ବାଆଁର ରାମଚଣ୍ଡୀ ଗାଁରେ। ମୃତକ ହେଲେ ଗଜେନ୍ଦ୍ର ସାହୁ। ତାଙ୍କ ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।
ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।