କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ହସ୍ପିଟାଲରେ କାର୍ଯ୍ୟରତ ଉପେନ୍ଦ୍ର ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଡାକ୍ତରଙ୍କ ପାଖକୁ ନେଇଯିବାକୁ କହି ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।
ଭୂଷଣ୍ଡପୁର ଗାଁର ଏହି ମହିଳା ଜଣକ ଶୁକ୍ରବାର ନିଜ ବାପାଙ୍କ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ। ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ମହିଳା ଜଣଙ୍କୁ ଡାକ୍ତରଙ୍କ ଚ୍ୟାମ୍ବର ପାଖକୁ ନେଇଯିବାକୁ କହିଥିଲେ। ମହିଳା ଓ ତାଙ୍କ ବାପା ସିକ୍ୟୁରିଟି ଗାର୍ଡ ସହ ଡାକ୍ତରଙ୍କ ପାଖକୁ ଗଲାବେଳେ ଗାର୍ଡ ଜଣକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ମହିଳା। ଏ ନେଇ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ହେଲେ ତାଙ୍କୁ ୬୦୦ ଟଙ୍କା ଦେଇ ଘରକୁ ଚାଲିଯିବାକୁ କୁହାଯାଇଥିଲା। ଅଭିଯୋଗ ଆସିବା ପରେ ସଂପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ କାର୍ଯ୍ୟରୁ ବାହାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।