୯ ମାସର ଶିଶୁ କନ୍ୟା ସହ ଜିଅନ୍ତା ଜଳିଗଲା ମାଆ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୯ ମାସର ଝିଅ ସହିତ ଜିଅନ୍ତା ଜଣେ ମହିଳା ଜଳି ଯାଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉଭୟଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ତେଲିବିଲା ଗାଁର ଠାକୁର ମଣି ସିଂହ ଗତ ରାତିରେ ନିଜ ସଂପର୍କୀୟଙ୍କ ଘରେ ଥିବା ବେଳେ କିରୋସିନି ଢ଼ାଳି ହୋଇ ନିଆଁ ଲାଗି ଯାଇଥିଲା। ମାଆ ଝିଅଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଗୋଟିଏପଟେ ତାଙ୍କ ସ୍ତ୍ରୀ ମାନସିକ ରୋଗୀ ଥିଲେ ବୋଲି ମହିଳାଙ୍କ ସ୍ୱାମୀ କହିଥିବାବେଳେ, ଅନ୍ୟପଟେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।