ବିଳମ୍ବରେ ପହଞ୍ଚିଲା ପ୍ରଶ୍ନପତ୍ର : ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ

ନବରଙ୍ଗପୁର : ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବାରୁ ପରୀକ୍ଷା ଦେଇପାରିଲେନି ଶତାଧିକ ଛାତ୍ରଛାତ୍ରୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଥିବା ସ୍କୁଲ ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

 ଆଜି ସକାଳ ୭ଟାରୁ ୮ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ପରୀକ୍ଷାର୍ଥୀ ସକାଳ ୬ଟାରୁ ଆସି ସ୍କୁଲରେ ଅପେକ୍ଷା କରିଥିଲେ। କିନ୍ତୁ ପ୍ରଶ୍ନପତ୍ର ଆସିବାରେ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଫଳରେ ଅପେକ୍ଷା କରି କରି ଘରକୁ ନିରାଶ ହୋଇ ଫେରିଥିଲେ ୨୭୭ ଜଣ ଛାତ୍ରଛାତ୍ରୀ।

ଏନେଇ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ କହିଛନ୍ତି, ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିବାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଦେଖନ୍ତୁ ଏହି ଭିଡ଼ିଓ-