ପୁଣି ଖଟିଅାରେ ବୁହା ହେଲେ ରୋଗୀ

କାଦୁଅ ରାସ୍ତା ଯୋଗୁଁ ଅାସିପାରିଲାନି ଅାମ୍ବୁଲାନ୍ସ

କେନ୍ଦୁଝର  : ପୁଣି ଖଟିଅାରେ ବୁହା ହେଲେ ରୋଗୀ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୂଅାଡିହ ଗାଁରେ । କାଦୁଅ ରାସ୍ତା ଯୋଗୁଁ ୧୦୮ ଅାମ୍ବୁଲାନସ ଗାଁକୁ ଯାଇପାରି ନଥିଲ। ସେଥିପାଇଁ ରୋଗୀଙ୍କୁ ଖଟିଅାରେ ବୁହା ହୋଇ ଅାମ୍ବୁଲାନସ ପାଖକୁ ଅଣାଯାଇଥିଲା ।

ନୂଅାଡିହ ଗାଁର ଉର୍ମିଳା ମହାନ୍ତିଙ୍କୁ ଜ୍ୱର ହେଉଥିବାରୁ ଅାମ୍ବୁଲାନସ ଡକାଯାଇଥିଲା। ଉର୍ମିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତେଲାକୋଇ ଚିକିତ୍ସାଳୟରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

You might also like