ବିଜେଡିକୁ ମହଙ୍ଗା ପଡ଼ିବ କି ବୈଜୟନ୍ତଙ୍କ ଇସ୍ତଫା ?

ଭୁବନେଶ୍ୱର : ବୈଜୟନ୍ତଙ୍କ ଇସ୍ତାଫା ନେଇ ରାଜ୍ୟ ରାଜନୀତିରେ ହଲଚଲ୍। ଭୁବନେଶ୍ୱରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା।  ବିଜେଡିରେ ବି ଚାପା ଗୁଞ୍ଜରଣ। ବୈଜୟନ୍ତଙ୍କ ଇସ୍ତାଫା ବିଜେଡି ଉପରେ କି ପ୍ରଭାବ ପକାଇବ? ବୈଜୟନ୍ତଙ୍କ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା, ଓଡ଼ିଶା ଓ ଦିଲ୍ଲୀରେ ବି ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ କି? ବିଜୁ ପଟ୍ଟନାୟକଙ୍କ ପରିବାର ସହ ଘନିଷ୍ଠ ସଂପର୍କ ଓ ବିଜେଡି ଗଠନ ହେବାଠାରୁ ଦଳ ସହ ଓତଃପ୍ରୋତ ଭାବେ ଜଡ଼ିତ ବୈଜୟନ୍ତ ଦଳ ଛାଡିବା ପରେ ଦଳ ପାଇଁ କିଛି ଅଡୁଆ ସୃଷ୍ଟି ହେବ କି?

ଦିଲ୍ଲୀରେ ବୈଜୟନ୍ତଙ୍କର ବେଶ୍ କାଟ୍‌ତି ଥିବାବେଳେ ଯେଉଁ ଷଡଯନ୍ତ୍ରର ଅଭିଯୋଗ ଆଣି ଦଳ ଛାଡିଛନ୍ତି ତାର ପ୍ରଭାବ ଦିଲ୍ଲୀ ରାଜନୀତିକୁ ବି  ପ୍ରଭାବିତ କରିପାରେ? ତାଙ୍କ ରାସ୍ତାରେ ଅନ୍ୟ କିଛି ଅସନ୍ତୁଷ୍ଟ ନେତା ଯିବେ କି ,ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି।  କିଛିମାସ ତଳେ ବିଜେଡି ଛାଡିଥିବା ଜୟରାମ ପାଙ୍ଗୀ ଓ ରମାରଂଜନ ବଳିଆରସିଂ ଏ ନେଇ ପ୍ରତିକ୍ରିୟା ରଖିଥିବା ବେଳେ ପାଦେ ଆଗକୁ ଯାଇ ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟ କହିଛନ୍ତି ନବୀନଙ୍କୁ ଚାରିପଟୁ ଷଡଯନ୍ତ୍ରକାରୀ ଘେରି ରହିଛନ୍ତି ,ଏହାକୁ ସେ ବୁଝିପାରୁ ନାହିଁନ୍ତି।

ସେପଟେ ବିଜେଡିରେ ବଢ଼ିବାରେ ଲାଗିଛି ଅନ୍ତର୍ଦ୍ୱନ୍ଦ୍ୱ। ଯାହାର ଜଳନ୍ତ ଉଦାହରଣ ହେଉଛି ମହାନଦୀ ସୁରକ୍ଷା ଅଭିଯାନ ବେଳେ ଦଶପଲ୍ଲାରେ ବିଧାୟକ ଓ ବିଧାୟକ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେବା। ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକ ମଧ୍ୟରେ ରହିଛି ବିବାଦ। ପୂର୍ବରୁ ଦଳ ପରିଚାଳନା ଓ ପାଣ୍ଡିୟାନଙ୍କ ମାତ୍ରାଧିକ ହସ୍ତକ୍ଷେପକୁ ନେଇ ଅସନ୍ତୁଷ୍ଟ ରମାରଂଜନ ବଳିୟାର ସିଂ, ଜୟରାମ ପାଙ୍ଗି, ହେମା ଗମାଙ୍ଗଙ୍କ ପରେ ଏବେ ବୈଜୟନ୍ତ ପଣ୍ଡା ଦଳ ଛାଡିଛନ୍ତି । ଚର୍ଚ୍ଚା ଏହା ପରେ କିଏ? ପରିବର୍ତ୍ତିତ ପରିସ୍ଥିତିରେ ଦଳର ଅନେକ ବରିଷ୍ଠ ନେତା କୋଣଠେସା ହୋଇରହିଛନ୍ତି। ତେବେ ବୈଜୟନ୍ତ ଗଲେ କିଛି ପ୍ରଭାବ ପଡି ନାହିଁ ବୋଲି କହିଛନ୍ତି ଦଳର ଉପସଭାପତି ସୂର୍ଯ୍ୟନାରୟଣ ପାତ୍ର।

ଦଳରୁ ଇସ୍ତଫା ପରେ ବାପା ବଂଶୀଧର ପଣ୍ଡାଙ୍କ ଶୁଦ୍ଧିକ୍ରିୟା ଯୋଗୁଁ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାଁନ୍ତି ବୈଜୟନ୍ତ।  ତମାମ୍ ଘଟଣା ଉପରେ ସେ କଣ ପ୍ରତିକ୍ରିୟା ରଖୁଛନ୍ତି, ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ଏବେ ତା ଉପରେ ସମସ୍ତଙ୍କ ନଜର।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like