ପରବର୍ତ୍ତୀ ପ୍ରଧାନ ବିଚାରପତି ପଦକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନବିଚାରପତି ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଅକ୍ଟୋବର ୨ ତାରିଖରେ ଅବସର ନେଉଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର। ତେବେ ଜଷ୍ଟିସ୍ ମିଶ୍ରଙ୍କ ଅବସର ପରେ ପ୍ରଧାନବିଚାରପତି କିଏ ହେବ ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ।

ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ବରିଷ୍ଠ। ତେଣୁ ତାଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିନ୍ତୁ ଗତବର୍ଷ ଜଷ୍ଟିସ୍ ଗୋଗୋଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ଜଷ୍ଟିସ୍ ମିଶ୍ରଙ୍କୁ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟର ମାଷ୍ଟର ଅଫ୍ ରୋଷ୍ଟରକୁ ନେଇ ପ୍ରଶ୍ନ ମଧ୍ୟ କରିଥିଲେ। ତେଣୁ ତାଙ୍କ ନାଁକୁ କେନ୍ଦ୍ର ସରକାର ସୁପାରିଶ କରିବେ କି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କିଛି ଗଣମାଧ୍ୟମ ପ୍ରତିନିଧି।

ତେବେ ଏ ପ୍ରଶ୍ନକୁ ଉଡ଼ାଇ ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଉଚିତ୍ ନୁହଁ ବୋଲି କହିଛନ୍ତି। ନିୟମ ଅନୁସାରେ ପରବର୍ତ୍ତି ପ୍ରଧାନବିଚାରପତି ନିଯୁକ୍ତ ହେବେ ବୋଲି ସେ କହିଛନ୍ତି।

You might also like