ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼

ଭୁବନେଶ୍ୱର: ଚିଲିକା ଜଳରାଶି ଉପରେ ଘୂର୍ଣ୍ଣିଝଡ଼। ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପ୍ରଭାବରେ ଉପରକୁ ଉଠିଲା ହ୍ରଦର ଜଳରାଶି।  ଗତକାଲି ଅପରାହ୍ନରେ ଚିଲିକା ହ୍ରଦର ଗମ୍ଭାରୀ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କେହିଜଣେ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିବା ଜଣାପଡ଼ିଛି।

ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ଗମ୍ଭାରୀ ଗାଁର ଜଣେ ବ୍ୟକ୍ତିଙ୍କ ଆଜ୍‌ବେଷ୍ଟ ଘର ଭାଙ୍ଗି ଯାଇଛି।

ସେପଟେ ଗତକାଲି ସନ୍ଧ୍ୟାରେ ପୁରୀରେ ପ୍ରବଳ ବର୍ଷା ଫଳରେ ସମ୍ପୂର୍ଣ୍ଣ ସହର ଜଳମଗ୍ନ ହୋଇଯାଇଥିଲା।  ଦୀର୍ଘ ସମୟ ଧରି ବଡ଼ ଦାଣ୍ଡ, ଭିଆଇପି ରୋଡ୍‌, ତାଳବଣିଆ ଅଞ୍ଚଳରେ ଜଳ ନିଷ୍କାସନ ହୋଇପାରି ନଥିଲା। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

You might also like