କ’ଣ କହିବେ ପ୍ରଣବ ମୁଖାର୍ଜୀ?

ନୂଆଦିଲ୍ଲୀ: ନାଗପୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମରେ ଆଜି କ’ଣ କହିବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏହା ଉପରେ ସମସ୍ତ ରାଜନୈତିକ ଦଳ ଓ ଦେଶର ବୁଦ୍ଧିଜୀବୀଙ୍କ ନଜର।  ଆର୍‌ଏସ୍‌ଏସ୍‌ ନିମନ୍ତ୍ରଣକୁ ଗ୍ରହଣ କରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଣବ ମୁଖାର୍ଜୀ ସମ୍ମତି ପ୍ରଦାନ କରିବା ପରଠୁ ହିଁ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

କଂଗ୍ରେସ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ନାଗପୁର ନ ଯିବାକୁ କେତେକ କଂଗ୍ରେସ ନେତା ପ୍ରଣବଙ୍କୁ ଅନୁରୋଧ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ କହିଥିଲେ, ଯେହେତୁ ପୂର୍ବତନ ରାଷ୍ଟ୍ରପତି ନିମନ୍ତ୍ରଣ ଗ୍ରହଣ କରିଛନ୍ତି, ସେ କ’ଣ କହିବେ।

ଆର୍‌ଏସ୍‌ଏସ୍‌କୁ ଭଲ ଶିକ୍ଷା ଦେବା ଉଚିତ ବୋଲି କେତେକ କହିଥିଲେ।  କାରଣ ପ୍ରଣବ ମୁଖାର୍ଜୀ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଓ କଂଗ୍ରେସର ପୂର୍ବତନ ନେତା।  ଅଳ୍ପ କିଛି ଦିନ ଛାଡ଼ି ଦେଲେ ତାଙ୍କର ପୂରା ରାଜନୈତିକ ଜୀବନ କଂଗ୍ରେସରେ କଟିଛି। ଆଉ ଆର୍‌ଏସ୍‌ଏସ୍‌ର ନୀତି ଆଦର୍ଶକୁ କଂଗ୍ରେସ ତୀବ୍ର ସମାଲୋଚନା କରେ।  ଏପରିକି ନିଜେ ପ୍ରଣବ ମୁଖାର୍ଜୀ ମଧ୍ୟ ଅତୀତରେ ଆର୍‌ଏସ୍‌ଏସ୍‌କୁ ସମାଲୋଚନା କରିବାର ନଜିର ଅଛି।

ଗୋଟିଏ କଠୋରପନ୍ଥୀ ହିନ୍ଦୁ ସଂଗଠନ ଭାବେ ଆର୍‌ଏସ୍‌ଏସ୍‌ ପରିଚିତ। ପ୍ରଣବ ମୁଖାର୍ଜୀଙ୍କୁ ଅତିଥି କରି ଆର୍‌ଏସ୍‌ଏସ୍‌ ନିଜ ଛବି ସୁଧାରିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି।  ସେପଟେ ଆଉ ଏକ ଚର୍ଚ୍ଚା ହେଉଛି ଯେ, ନିଜ ଉପରେ କଂଗ୍ରେସ ଟ୍ୟାଗ୍‌ ହଟାଇବାକୁ ଚାହୁଁଛନ୍ତି ପ୍ରଣବ।

କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖି ଏକ ତୃତୀୟ ସାମ୍ମୁଖ୍ୟ ଗଠନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିଲା।  ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ପ୍ରଣବ ମୁଖାର୍ଜୀ କ’ଣ କହିବେ,ତାକୁ କଂଗ୍ରେସ, ବିଜେପି ଓ ଅନ୍ୟ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି`

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like