ମୋଦିଙ୍କ ୪ ବର୍ଷର ଉପଲବ୍ଧି ସମ୍ପର୍କରେ ସୂଚନା ଦେଲେ ସମ୍ବିତ ପାତ୍ର, ବିଜେଡିର ସମାଲୋଚନା

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମୋଦି ସରକାରଙ୍କ ୪ ବର୍ଷର ଉପଲବ୍ଧି ଏବଂ ଓଡ଼ିଶା ପ୍ରତି ମୋଦିଙ୍କ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଦେଇ ସମ୍ବିତ କହିଛନ୍ତି ଯେ, ୨୦୧୪ରେ ମୋଦି ଆସିବା ପୂର୍ବରୁ ଅବିଶ୍ୱାସର ବାତାବରଣ ଥିଲା। ୪ ବର୍ଷ ମଧ୍ୟରେ ଆମେ କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଛୁ। ୪ ବର୍ଷରେ ଏହା ଅବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଯାତ୍ରା। ମୋଦିଙ୍କ ଦୃଢ଼ ଏବଂ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ଭ୍ରଷ୍ଟାଚାରକୁ ହଟାଇ ଆମେ ପାରଦର୍ଶିତା ଆଣିପାରିଛୁ। ଏବଂ ଏବେ ସାରା ବିଶ୍ୱକୁ ଭାରତ ଆର୍ଥିକ ଦିଗ୍‌ଦର୍ଶନ ଦେଉଛି ବୋଲି କହିଛନ୍ତି ସମ୍ବିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆସନ୍ତାକାଲି ମୋଦି ଓଡ଼ିଶା ମାଟିକୁ ଆସି ନିଜର ୪ ବର୍ଷର ସରକାରର ଉପଲବ୍ଧିର ବାର୍ତ୍ତା ଦେବେ। ଏଥିସହିତ ନିଜର ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ବୋଲି ସମ୍ବିତ କହିଛନ୍ତି । ପାରାଦୀପରେ ବିଜେଡିର ମହାନଦୀ ସୁରକ୍ଷା ଯାତ୍ରାର ଉଦ୍‌ଯାପନୀ ସମାରୋହରେ ମୋଦିଙ୍କ ଗସ୍ତକୁ ସମାଲୋଚନା କରିବା ସହ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତାକାଲି କଟକରେ ସାଢ଼େ ୪ କୋଟି ଓଡ଼ିଆ ସେମାନଙ୍କ ‘ମନ୍ କୀ ବାତ୍’ କହିବେ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like