ତିମି ପେଟରୁ ବାହାରିଲା ୮ କିଲୋ ପଲିଥିନ୍

ବ୍ୟାଙ୍ଗକକ୍: ପଲିଥିନ୍ ଜନିତ ଜଳ ପ୍ରଦୂଷଣ କେତେ ଭୟଙ୍କର ରୂପ ନେଲାଣି ତାର ଉଦାହରଣ ଦେଖିବାକୁ ମିଳିଛି ଥାଇଲାଣ୍ଡରେ । ଏହାକୁ ଖାଇବା ଦ୍ୱାରା ସବୁଠୁ ବଡ଼ ଜଳଜୀବ କୁହାଯାଉଥିବା ତିମି ମାଛ ବି ଅସୁସ୍ଥ ହୋଇ ମରିଯାଉଛନ୍ତି । ନିକଟରେ ଥାଇଲାଣ୍ଡରେ ପଲିଥିନ୍ ଖାଇ ମରିଥିବା ଏକ ତିମି ପେଟରୁ ୮୦ଟି ପଲିଥିନ୍ ବାହାରିଛି, ଯାହାର ଓଜନ ପ୍ରାୟ ୮ କିଲୋଗ୍ରାମ୍ ହେବ ।
ମାଲେସିଅା ସୀମାରେ ଏକ ସମୁଦ୍ର ସଂଲଗ୍ନ କେନାଲରେ ତିମି ମାଛଟି ଭାସୁଥିବା ବେଳେ ତାକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । କିନ୍ତୁ ପଶୁ ଚିକିତ୍ସକମାନେ ତାକୁ ବଂଚାଇବାକୁ ସମର୍ଥ ହୋଇ ନ ଥିଲେ । ମରିବା ପୂର୍ବରୁ ତିମି ମାଛଟି ୫ଟି ପଲିଥିନ୍ ବାନ୍ତି କରିଥିଲା ମୃତ୍ୟର କାରଣ ପଲିଥିନ୍ ହୋଇଥିବା ସନ୍ଦେହ କରି ଯେତେବେଳେ ତିମିର ମୃତଦେହ ବ୍ୟବଚ୍ଛେଦ କରାଗଲା ସେତେବେଳେ ତା ପାକସ୍ଥଳୀରେ ପଲିଥିନ୍ ଜମା ହୋଇ ରହିଥିବା ଜଣାପଡ଼ିଥିଲା ।  ଡିପାର୍ଟମେଣ୍ଟ ଅଫ୍ ମେରାଇନ ଏଣ୍ଡ କୋଷ୍ଟାଲ ରିସୋର୍ସେସ୍ ତାଙ୍କ ଫେସବୁକ୍‌  ପୃଷ୍ଠାରେ ଏହି ଘଟଣା ପୋଷ୍ଟ କରିଛନ୍ତି ।
ଘଟଣା ଉପରେ ବିଶିଷ୍ଟ ଜଳ ଜୀବବିଜ୍ଞାନୀ ଥନ୍ ଥାମ୍ରୋଙ୍ଗନାୱାସାୱତ୍ କହିଛନ୍ତି ଯେ ତିମି ମାଛଟି ଏତେ ପରିମାଣରେ ପଲିଥିନ ଖାଇବା ପରେ ତା ଶରୀର ଅସୁସ୍ଥ ହୋଇଥିଲା । ପାକସ୍ଥଳୀରେ ପଲିଥିନ ଜମା ହୋଇ ରହିଥିବାରୁ ତା ଶରୀର ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସେ ଅାଉ ଖାଇପାରି ନ ଥିଲା; ଯାହା ଫଳରେ ସେ ରୋଗଗ୍ରସ୍ତ ହୋଇପଡ଼ିଥିଲା । ସେ ଆହୁରି କହିଛନ୍ତି ପଲିଥିନ୍ ଖାଇ ପ୍ରତି ବର୍ଷ ପ୍ରାୟ ୩୦୦ ବଡ଼ ବଡ଼ ଜଳଜୀବଙ୍କର ମୃତ୍ୟୁ ଘଟୁଛି ଯାହା ପରିବେଶ ପାଇଁ ଏକ ସତର୍କ ଘଣ୍ଟି ।

ସୂଚନାଯୋଗ୍ୟ, ଥାଇଲାଣ୍ଡ ବିଶ୍ୱର ସର୍ବାଧିକ ପଲିଥିନ୍ ବ୍ୟବହାରକାରୀ ଦେଶ ମଧ୍ୟରୁ ଅନ୍ୟତମ । ଥାଇଲାଣ୍ଡର ସମୁଦ୍ର କୂଳରେ ଶହ ଶହ ଜଳଜୀବଙ୍କୁ ମରି ପଡ଼ିଥିବା ଦେଖିବାକୁ ମିଳିଥାଏ ଯାହାର କାରଣ ସମୁଦ୍ର ଜଳ ପ୍ରଦୂଷଣ । ପଲିଥିନ୍ ବ୍ୟବହାର ଉପରେ ଅଙ୍କୁଶ ନ ଲଗାଇଲେ ସମଗ୍ର ଜୀବଜଗତ ପାଇଁ ଏହା ନିଶ୍ଚୟ ଘାତକ ହେବ ଏଥିରେ ସନ୍ଦେହ ନାହିଁ ।

ଆହୁରି ପଢ଼ନ୍ତୁ

ବାବ୍ରୀ ମସଜିଦ୍ ରାୟକୁ ନେଇ ପାକିସ୍ତାନ ରଖିଲା ପ୍ରତିକ୍ରିୟା

ହାଥରଶ ଗଣଦୁଷ୍କର୍ମ ଘଟଣା; ADG କହିଲେ, ଜବରଦସ୍ତି ହୋଇନଥିଲା ଅନ୍ତିମ ସଂସ୍କାର

ବାବ୍ରୀ ମସ୍‌ଜିଦ୍ ରାୟ ଶୁଣିବା ପରେ କ’ଣ କହିଲା କଂଗ୍ରେସ ?

ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ କି ତାଙ୍କର ଜିଭ କଟାଯାଇ ନାହିଁ -ପୋଲିସ

‘ଜୟ ଶ୍ରୀରାମ’ କହି ରାୟଙ୍କୁ ସ୍ୱାଗତ କଲେ ଆଡଭାନୀ

ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ଅସହାୟଙ୍କ ସାହା ପାଲଟିଥିବା ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା ଜାତିସଂଘ

୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

You might also like