ପାର୍ସଲ ବୋମା ବିସ୍ଫୋରଣ ଘଟଣା: ରୀନାଙ୍କ ବୟାନ ରେକର୍ଡ କଲା ପୋଲିସ୍
କଟକ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆହତ ବୋହୂ ରୀନାରାଣୀ ସାହୁଙ୍କ ବୟାନ ରେକର୍ଡ କରିଛି ପୋଲିସ। କଟକ SCBରେ ପାଟଣାଗଡ଼ ପୋଲିସ ପହଞ୍ଚି ସାକ୍ଷ୍ୟବିଧି ଧାରା ୩୨ ଅନୁଯାୟୀ ବୟାନ ଶୁଣିଛି।
ଏହାକୁ ଆଧାର କରି ତଦନ୍ତ ପ୍ରକ୍ରିୟା ଆଗକୁ ଚାଲିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ପାଟଣାଗଡ଼ରେ ସୌମ୍ୟଶେଖର ସାହୁଙ୍କ ବିବାହ ପରେ ଆସିଥିବା ଏକ ଗିଫ୍ଟ ପ୍ୟାକେଟ ଖୋଲିବା ପରେ ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା।
ଏଣେ ସୌମ୍ୟଶେଖାର ଓ ତାଙ୍କ ପତ୍ନୀ ରୀନା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସୌମ୍ୟଶେଖରଙ୍କ ମୃତ୍ୟୁ ଘଟିଥିବା ବେଳେ ନବବିବାହିତା ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ SCB ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି।