ରାୟପୁର ଗଲା କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପ୍ରମାଣ ଯୋଗାଡ଼ କରିବାରେ କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଲାଗିପଡ଼ିଛନ୍ତି। ଗୋଟିଏ ଟିମ୍ ରାୟପୁର ଯାଇ ଛାନଭିନ୍ ଜାରି ରଖିଥିବାବେଳେ ଅନ୍ୟ ୨ଟି ଟିମ୍ ଭିନ୍ନ ଭିନ୍ନ ତଥ୍ୟ ପ୍ରମାଣ ଯୋଗାଣରେ ଲାଗିପଡ଼ିଛନ୍ତି।

ରାୟପୁର ଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ ପୁଞ୍ଜିଲାଲ ମେହେର ବ୍ୟବହାର କରିଥିବା ଅଟୋ ଏବଂ ରିକ୍ସା ଚାଳକଙ୍କୁ ଠାବ କରୁଛି। ତାସହ କୋରିୟର ସଂସ୍ଥାକୁ ପୁଞ୍ଜିଲାଲ୍ ଯାଇଥିବା ରାସ୍ତା କଡ଼ର ସମସ୍ତ ସିସିଟିଭି ଫୁଟେଜ ଗୁଡ଼ିକର ଯାଞ୍ଚ କରୁଛି। ସ୍କାଏକିଂ କୋରିୟରର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍।

ଏହାବ୍ୟତୀତ ଅନ୍ୟ ଏକ କୋରିୟର ସଂସ୍ଥା ନିକଟରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଇସ୍ରାଏଲ୍ ପଠାଯିବ ବୋଲି ଆଜି ସୂଚନା ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ଏନେଇ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ପୁଞ୍ଜିଲାଲ ତଦନ୍ତ ଓ ଜେରା ବିଷୟରେ ବୋଥ୍ରା ଡିଜିପିଙ୍କୁ ଅବଗତ କରିଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ୬ ଦିନିଆ ରିମାଣ୍ଡରେ ନେଇ ଜେରା କରୁଥିବାବେଳେ ଆଜି ରିମାଣ୍ଡର ଶେଷ ଦିନ। ଆବଶ୍ୟକ ପଡ଼ିଲେ ପୁଞ୍ଜିଲାଲକୁ ପୁଣି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଡିଜିପି କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like