ପୁଞ୍ଜିଲାଲ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ

ବଲାଙ୍ଗିର : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ଓ SITକୁ ମିଳିଲା ଅଧିକ ପ୍ରମାଣ। କଣ୍ଟାବାଞ୍ଜି ରେଳ ଷ୍ଟେସନ ପାର୍କିଂରେ ଗାଡି ରଖିବା ବେଳେ ପୁଂଜିଲାଲଙ୍କୁ ଲୋକେ ଦେଖିଥିବା ସ୍ପଷ୍ଟ କଲେ। ପାର୍କିଂ ଷ୍ଚାଣ୍ଡରେ ସିସିଟିଭି ଫୁଟେଜରେ ବି ରହିଛି ପୁଂଜିଲାଲଙ୍କ ଚିତ୍ର।

ସଂପୃକ୍ତ ଲୋକ ନିଜଆଡୁ ପୋଲିସ ପାଖରେ ପହଞ୍ଚିବା ସହ ସେମାନଙ୍କ ୧୬୧ ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ସେହିପରି ଷ୍ଟେଟ ଫୋରେନସିକ୍ ଲାବ୍ ପୁଞ୍ଜିଲାଲ ଘର ବାହାରେ ଥିବା ଡଷ୍ଟବିନ ଯାଞ୍ଚରୁ ବାରୁଦ ପାଇଥିବା ପରୀକ୍ଷାରୁ ଜଣାପଡିଛି। ପାର୍କିଂ ଷ୍ଟାଣ୍ଡରେ ଗାଡି ଥୋଇବା ବେଳେ ପୁଞ୍ଜିଲାଲକୁ ଲୋକେ ଦେଖିଥିବାରୁ ଗୋଟିଏ କଥା ସ୍ପଷ୍ଟ ଯେ, ପୁଞ୍ଜିଲାଲ ଟ୍ରେନ ଯୋଗେ ରାୟପୁର ଯାଇଛନ୍ତି।

ଆଇଜି ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ପୁଂଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରିବାପାଇଁ  ପୋଲିସ ଯଥେଷ୍ଟ ପ୍ରମାଣ ପାଇସାରିଛି। ପଦବୀକୁ ନେଇ ଝଗଡା, ବୋମା ତିଆରି କରିବା, ବୋମା ଧରି ରାୟପୁର ଯିବା, ରାୟପୁରରେ କୋରିୟର ସଂସ୍ଥାକୁ ବୋମା ଦେବା, ପୋଲିସକୁ ଚକମା ଦେବାପାଇଁ ନିଜ ହାତରେ ଚିଠି ଲେଖିବା ଭଳି ପୁରା ଘଟଣାବଳୀ ଅନୁଯାୟୀ କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଛି। ଏମିତିକି କୋରିୟର ସଂସ୍ଥାର ମାଲିକ, କର୍ମଚାରୀ ଟିଆଇ ପରେଡ୍‌ରେ ପୁଜିଲାଲଙ୍କୁ ଚିହ୍ନଟ କରିଥିବା ସ୍ପଷ୍ଟ ହୋଇଛି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like