ଅବପାତର ରୂପ ନେଲା ୱେଲମାର୍କ ଲୋ ପ୍ରେସର
ଦକ୍ଷିଣରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଅବପାତର ରୂପ ନେଲା ୱେଲମାର୍କ ଲୋ ପ୍ରେସର। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓଡ଼ିଶାର ବି କିଛି ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି।
ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ ।