କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ ସୂଚନା

ଭୁବନେଶ୍ୱର : ଅଧା ଓଡ଼ିଶା ପାଇଁ ସତର୍କ ସୂଚନା। କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ କଲା ପାଣିପାଗ ବିଭାଗ। ୧୪ଟି ଜିଲ୍ଲାର ଲୋକଙ୍କୁ ରାତି ୭ଟା ପର୍ଯ୍ୟନ୍ତ ସତର୍କ ସୂଚନା। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ବର୍ଷା ଏବଂ ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦/୬୦ କି.ମି ବେଗରେ ପବନ ବହିବା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସେପଟେ କାଳବୈଶାଖୀର ପ୍ରଭାବ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି। ଜିଲ୍ଲାର ସିମୁଳିଆ, ସୋର ଅଂଚଳରେ ପ୍ରବଳ ବର୍ଷା ସହ ଘଡଘଡି ଓ କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଥିଲା।

You might also like
Comments
Loading...