ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ କେନ୍ଦ୍ର।

୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଦୁର୍ବଳ ହେବ ଲଘୁଚାପ।  କିନ୍ତୁ ଏହି ସମୟ ମଧ୍ୟରେ ସାରା ରାଜ୍ୟର ଅଧିକାଂଶ ଅଞ୍ଚଳରେ ଅଳ୍ପ ବେଶୀ ବର୍ଷା ଜାରି ରହିବ। ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।  ପାରାଦୀପରେ ସର୍ବାଧିକ ୪୧୨, କେନ୍ଦ୍ରାପଡାରେ ୩୭୧.୭, ଜଗତସିଂହପୁରରେ ୨୩୬ ଏବଂ ଯାଜପୁରରେ ୧୩୭ ମିଲିଲିଟର ବର୍ଷା ରେକର୍ଡ ହୋଇଛି।

ଏପଟେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୫.୬ ପ୍ରତିଶତ ଅଧିକ ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୭୪.୯ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁନ୍ ମାସ ଅଧାରୁ ଏଯାଏ ବର୍ଷା ଜାରି ରହିଛି, ଯାହା ଚାଷୀଙ୍କ ପାଇଁ ଅନୁକୁଳ ବୋଲି କୁହାଯାଇଛି।

You might also like