ମୁକୁଳା ପଡିଛି ନଈବନ୍ଧ: ବନ୍ୟା ବିପଦ ନେଇ ନଈକୂଳିଆ ଲୋକେ ଆତଙ୍କିତ

କେଉଁଠି କୂଳ ଖାଉଛି ନଈ ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ

ଭଦ୍ରକ/ ବାଲେଶ୍ୱର: ଅାସିଲାଣି ବର୍ଷା ଋତୁ I କିନ୍ତୁ ମୁକୁଳା ପଡିଛି ନଦୀବନ୍ଧ I ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈକୂଳରେ ବସବାସ କରୁଥିବା ଗ୍ରାମବାସୀ ଅାତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି I କେଉଁଠି କୂଳ ଖାଇବାକୁ ବସିଛି ନଦୀ, ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ I

riverbank-3ଧିରେ ଧିରେ ଦୁର୍ବଳ ହେଉଛି ବୈତରଣୀର ବାମପାର୍ଶ୍ୱ ନଦୀବନ୍ଧ I ଭଦ୍ରକ ଜିଲ୍ଲା ଅାଖୁଅାପଦା ନିକଟରେ ଅାନିକଟ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି I ବ୍ରିଟିଶ ଅମଳର ଏହି ଅାନିକଟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି I ପ୍ରବଳ ବର୍ଷାରୁ ବନ୍ୟା ଅାସିଲେ ବନ୍ଧ ଭାଙ୍ଗିବା ଅାଂଶକା ରହିଛି I ଅାଖୁଅାପଦା ଅାନିକଟ ନିକଟରେ ଥିବା ବାଲିପୋଖରୀ ଏସକେପର ମଧ୍ୟ ସମାନ ଅବସ୍ଥା I ଗତବର୍ଷ ଏହାର ମରାମତି ପାଇଁ ଜଳସଂପଦ ବିଭାଗର ବୈଷୟିକ କମଟି ପାଖରେ ଦାବି କରାଯାଇଥିଲା I ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ମରାମତି ହୋଇନଥିବାରୁ ବ୍ୟାପକ ଅନିୟମିତତା ହେଉଥିବା ଅଭିୟୋଗ ହୋଇଛି I ଅନ୍ୟପଟେ ଅାନିକଟର ସ୍ଥାୟୀ ମରାମତି ପାଇଁ ୭ କୋଟି ୪୦ ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ନାବାର୍ଡକୁ ଦିଅାଯାଇଥିଲା I ଅର୍ଥ ମଂଜୁର ହେଲେ ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ କହିଛନ୍ତିI

riverbank-4ସେପଟେ ସୁବର୍ଣ୍ଣରେଖା ନଦୀ ଉପରେ ଥିବା ଅାଡିବନ୍ଧ ଗୁଡିକର ମଧ୍ୟ ସମାନ ଅବସ୍ଥା I ଅନେକ ସ୍ଥାନରେ ବିପଦପୂର୍ଣ୍ଣ ଭାବେ ରହିଛି ନଦୀବନ୍ଧ I ବାଲେଶ୍ୱର ମାଙ୍କିଡିଅାଠାରେ ଏହି ନଦୀ ବନ୍ଧରେ ବିରାଟ ଘାଇ ସୃଷ୍ଟି ହୋଇଛି I ଘାଇ ଦେଇ ଜଳ ପ୍ରବାହିତ ହେଲେ ମାଙ୍କିଡିଅା ସହ କୁଅରପୁର ପଞ୍ଚାୟତରେ ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହେବେ I ଏହାସହ ବେହେରା ସାହିଠାରୁ ଓଲମାରା ପଯର୍ୟନ୍ତ ପ୍ରାୟ ୨୦ଟି ଛୋଟ ବଡ ଘାଇ ରହିଛି I ଅାଗକୁ ବର୍ଷା ଦିନ ଅାସୁଥିବାରୁ ଏହି ଘାଇ ଗୁଡିକର ମରାମତି ଜରୁରୀ ହୋଇ ପଡିଛି I ଅନ୍ୟପଟେ ଠିକାଦାରଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ କାମ ହୋଇପାରୁନାହିଁ I ତେବେ ବିଭାଗୀୟ ଯନ୍ତ୍ରୀ ଧିରେନ୍ଦ୍ର ନାଥ ଦାସ କହିଛନ୍ତି ଖୁବଶୀଘ୍ର ଏହାର ମରାମତି କରାଯିବ I

You might also like