ଆମେ କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ: ମୁଖ୍ୟମନ୍ତ୍ରୀ

ପାରାଦୀପ: ମହାନଦୀ ବିବାଦ ନେଇ ଜନ ସଚେତନତା ସୃଷ୍ଟି ଲାଗି ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନୀ ସମାରୋହରେ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାରାଦୀପରେ ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-ଏବେ ମହାନଦୀ ରାଜନୈତିକ ନୁହେଁ, ଜନ ଆନ୍ଦୋଳନ ପାଲଟିଛି। ମହାନଦୀ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଚୁପ୍ ଅଛନ୍ତି। ଏଠାକୁ ଆସି କେନ୍ଦ୍ର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଛତିଶଗଡ଼ କାମ ବନ୍ଦ କରାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି।

ଆମ ପ୍ରଚେଷ୍ଟାରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଆମେ କେବଳ ପାଣି ନୁହେଁ, ମହାନଦୀର ଜୀବନ ପାଇଁ ଆନ୍ଦୋଳନ କରୁଛୁ ଆମ ଜୀବନ, ଜୀବିକା ଉପରେ ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

ବିଜୁ ମୈଦାନରେ ଆୟୋଜିତ ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଦଳର ବହୁ ତୁଙ୍ଗ ନେତାମାନେ ଯୋଗ ଦେଇ ମହାନଦୀକୁ ନେଇ କେନ୍ଦ୍ର ଓ ଛତିଶଗଡ଼ର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଉପରେ ବର୍ଷିଥିଲେ।  ସମାବେଶରେ ଜଗତସିଂହପୁର, ପାରାଦୀପ ଓ କେନ୍ଦ୍ରାପଡା ଅଞ୍ଚଳରୁ ବହୁ ସଂଖ୍ୟାରେ କର୍ମୀମାନେ ଯୋଗ ଦେଇଥିଲେ।

ଝାରସୁଗୁଡ଼ାର ସୁଖୋସୋଡ଼ାରୁ ଆରମ୍ଭ ହୋଇଥିବା ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ପ୍ରାୟ ୧୦ଦିନ ଧରି ବିଭିନ୍ନ ଜିଲ୍ଲାର ୧୮ଶହରୁ ଅଧିକ ରାସ୍ତା ଅତିକ୍ରମ କରି ଶେଷରେ ପାରାଦୀପରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like