ପାଣି ଜମିବା ଘଟଣା ପରଖିବ ୩ଜଣିଆ କମିଟି
ଭୁବନେଶ୍ୱର : ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ଜାଗାରେ ପାଣି ଜମିବା ଘଟଣା ପରଖିବ ୩ଜଣିଆ କମିଟି। ଘଟଣା ନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଯେଉଁଥିରେ ବିଏମ୍ସି, ଆର୍ଏଣ୍ଡବି ଏବଂ NHAI କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।
ବୈଠକରେ ପାଣି ଜମିବା ଘଟଣା ପରଖିବା ପାଇଁ ୩ ଜଣିଆ କମିଟି ଗଠନ ହୋଇଥିଲା। ବିଶେଷ କରି ଇସ୍କନ୍, ରସୁଲଗଡ, ଜାଗମରା, ବଡଗଡ ବ୍ରିଜ କଲୋନି ଓ ପାହାଳ ଅଂଚଳରେ ଜମୁଥିବା ପାଣିକୁ କିଭଳି ନିଷ୍କାସନ କରାଯିବ ସେନେଇ କମିଟି ସ୍ଥାୟୀ ସମାଧାନର ବାଟ ବାହାର କରିବ। ବିଏମ୍ସି ଏବଂ ଆର୍ଏଣ୍ଡବି ର ଟେକ୍ନିକାଲ ଟିମ୍ ଉକ୍ତ ସ୍ଥାନକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।