ପ୍ରବଳ ବର୍ଷାରେ ଟ୍ୱିନ୍ସିଟି ଉବୁଟୁବୁ; କଟକ, ଭୁବନେଶ୍ୱରରେ ସମସ୍ତ ସ୍କୁଲ୍ ଛୁଟି
କଟକ/ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ବଢିଥିବାବେଳେ ରାଜଧାନୀ ଭୁବନେଶ୍ୱର ସହ କଟକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରାତି ତମାମ ପ୍ରବଳ ବର୍ଷାରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ସହ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଶୈଳଶ୍ରୀ ବିହାର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ରହିଥିବାବେଳେ ଅନେକ ସ୍ଥାନରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସେହିପରି ପ୍ରବଳ ବର୍ଷାରେ କଟକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସିଡିଏ ଅଞ୍ଚଳର କିଛି ସ୍ଥାନରେ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି। ପ୍ରବଳ ବର୍ଷାକୁ ଦେଖି ଭୁବନେଶ୍ୱର ଓ କଟକ ସହରର ସବୁ ଘରୋଇ ଓ ସରକାରୀ ସ୍କୁଲକୁ ଦିନକ ଲାଗି ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ପ୍ରବଳ ବର୍ଷାରେ ଟ୍ୱିନ୍ସିଟିର ସ୍ଥିତି ବେହାଲ: କଟକ, ଭୁବନେଶ୍ୱରର ଅନେକ ଅଞ୍ଚଳ ଜଳମଗ୍ନ,ଲୋକଙ୍କ ଘରେ ପଶିଲା ପାଣି, ଘରୁ ବାହାରିବା ଅସମ୍ଭବ #Odisha pic.twitter.com/16YTiDwIkT
— ଓଟିଭି (@otvkhabar) 21 July 2018