ଭାସିଲା ପୁରୀ ସହର, ପାଣି ଘେରରେ ତିନି ରଥ
ପୁରୀ: ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପୁରୀ ସହର ବି ଏଥିରୁ ବାଦ୍ ପଡ଼ିନି। ବଡ଼ଦାଣ୍ଡ ସହ ଶରଧାବାଲି ଜଳାର୍ଣ୍ଣବ ହୋଇଛି। ପାଣି ଘେରରେ ତିନି ରଥ ରହିଥିବା ଦେଖିବାକୁ ମିଳିଛି।
ଡ୍ରେନ୍ ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାବେଳେ ବହୁ ଦୋକାନ ଭିତରେ ବି ପାଣି ପଶିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସାହି ଓ ଗଳି ରାସ୍ତାରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଯୋଗୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଭାସିଲା ପୁରୀ ସହର: ବଡ଼ଦାଣ୍ଡ, ଶରଧାବାଲି ଜଳାର୍ଣ୍ଣବ; ପାଣି ଘେରରେ ତିନି ରଥ #Odisha pic.twitter.com/bxnoBTB3Kj
— ଓଟିଭି (@otvkhabar) 21 July 2018