ଭୁଶୁଡ଼ିଲା ପାଣି ଟାଙ୍କି; ପଡ଼ିଲା ୱେସ୍କୋ ଅଫିସ୍‌ ଉପରେ

ରାଉରକେଲା: ରାଉରକେଲାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି। ରାଉରକେଲା ସିଭିଲ୍ ଟାଉନ୍‌ ସିପ୍‌ରେ ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି ।

ପାଣି ଟାଙ୍କି ଭୁଶୁଡ଼ିବାରୁ ତଳେ ଥିବା ୱେସ୍କୋ ଅଫିସ୍ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଛି।  ତେବେ ପାଣି ଟାଙ୍କି ଭୁଶୁଡିବା ବେଳେ ୱେସ୍କୋ ଅଫିସ୍‌ରେ କେହି ଥିଲେ କି ନାହିଁ, ତାହା ଜଣାପଡ଼ିନି।

ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କରାଯାଇ ଥିବା ନେଇ ସୂଚନା ମିଳିଛି।

You might also like