ମୁନ୍ଦାଏ ପାଣି ପାଇଁ ଯେଉଁଠି ବାଜି ଲାଗେ ଜୀବନ

ବଲାଙ୍ଗିର/କେନ୍ଦୁଝର: ଯୋଜନ ଦୂରରେ ଯୋଜନା। ସରକାରଙ୍କ ବିକାଶ ମୂଳକ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚିପାରୁନି । ସବୁଦିନ ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍ ମାଇଲ୍ ବାଟ। ତଥାପି ବି ମିଳୁନି ଶୁଦ୍ଧ ପାଣି, ଲୋକେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବଲାଙ୍ଗିର କରୁଆଁଝର ଗାଁ ଏବଂ ତେଲକୋଇର ରାଙ୍କି ଗାଁରେ ଏଭିଳି ଅବସ୍ଥା ଦେଖିବାକୁ ମିଳିଛି।

wterproblemବଲାଙ୍ଗିର କରୁଆଁଝର ଗାଁରେ ଲୋକେ ପାଣି ପାଇଁ କିଭଳି ସଂଘର୍ଷ କରୁଛନ୍ତି ତା ନ ଦେଖିଲେ ବିଶ୍ୱାସ ହେବ ନାହିଁ। ବିପଦସଙ୍କୁଳ ଅବସ୍ଥାରେ କାଠ ପୋଲ ଉପରେ ଠିଆ ହୋଇ ୨୦ ଫୁଟ୍ ତଳୁ ପାଣି ସଂଗ୍ରହ କରୁଛନ୍ତି ଗାଁ ଲୋକେ। ଟିକିଏ ଅସାବଧାନ ହେଲେ ଜୀବନ ପ୍ରତି ବିପଦ ମଧ୍ୟ ରହିଛି। ବିଲ ମଝିରେ ଥିବା ଏକ ପଥର କୂଅ ପାଲଟିଛି ଗାଁଲୋକଙ୍କ ଏକମାତ୍ର ସାହାରା। ଅନ୍ୟ କିଛି ଚାରା ନଥିବାରୁ ସବୁଦିନ ପାଣି ପାଇଁ ଏଇଭଳି ଅବସ୍ଥା ଭୋଗୁଛନ୍ତି ଏହି ଗାଁ ଲୋକେ। ଗାଁରେ ଗୋଟିଏ ନଳକୂଅ ଥିଲେବି ଖରାଦିନେ ଏଥିରୁ ପାଣି ବାହାରେ ନାହିଁ। ବାରମ୍ବାର ପାଣି ପାଇଁ ଅଭିଯୋଗ ପରେ ବି ପ୍ରଶାସନ ଶୁଣୁନଥିବାରୁ ଜୀବନ ବିନ୍ଦୁ ପାଇଁ ଲୋକେ ଏହି ଅସୁରକ୍ଷିତ କୂଅକୁ ଆଦରି ନେଇଛନ୍ତି।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଙ୍କି ଗାଁରେ ବି ସମାନ ଜଳକଷ୍ଟ। ୩୦ଟି ଜୁଆଙ୍ଗ ଜନଜାତି ପରିବାର ଏଠି ରହୁଥିବାବେଳେ ଗାଁରେ ଥିବା ୩ଟି ନଳକୂଅ ଲୋକଙ୍କ କାମରେ ଆସିପାରୁନି। ଫଳରେ ଗାଁଠୁ ଦୂରରେ ଥିବା ଦୁଇଟି ଚୂଆ ଉପରେ ଲୋକେ ନିର୍ଭର କରୁଛନ୍ତି। ଆଉ କିଛି ଚାରା ନ ଥିବାରୁ ଗରା ମୁହଁରେ ଗାମୁଛା ବାନ୍ଧି ଚୂଆର ଦୂଷିତ ପାଣି ପିଉଛନ୍ତି ଲୋକେ। ଦୂଷିତ ପାଣି ପିଇବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ବି ଗାଁଲୋକଙ୍କ ସମସ୍ୟା କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like