ଆଜି ରାଜଧାନୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍‌ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି ।

ଏଥିପାଇଁ ଡୁମ୍‌ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା, ଶୈଳଶ୍ରୀ ବିହାର, ପୋଖରୀପୁଟ, ନୀଳାଦ୍ରି ବିହାର, ସହିଦ ନଗରର ସେକ୍ଟର ୧, ୨ ଓ ୩ କୁ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

ତେବେ ପାଇପ୍ ମରାମତି ଲାଗି ସବୁ ପ୍ରକାର ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

You might also like