ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲାକୁ ଏନ୍କାଉଣ୍ଟର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ଲାଲା ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରାପଡ଼ ସଦର ଥାନା ଅନ୍ତର୍ଗତ ଅଳବାଙ୍କ ନିକଟରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ସେକ୍ ଲାଲାକୁ ଧରିବାକୁ ଯାଇଥିଲା। ପୋଲିସ୍କୁ ଦେଖି ସେଖ୍ ଦୁଇ ରାଉଣ୍ଡ ଗୁଳି ଚଳାଇବା ସହ ଖସି ଯିବାକୁ ଚେଷ୍ଟା କରିଥିଲା। ପୋଲିସ୍ର ପାଲଟା ଜବାବରେ ସେକ୍ ଲାଲା ଗୋଡରେ ବାଜିଥିଲା।
କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଭିନ୍ନ ଥାନାରେ ସେକ୍ ଲାଲା ନାଁରେ ୧୫ରୁ ଅଧିକ ମାମଲା ରହିଛି।