ଆଜି ଢେଙ୍କାନାଳର ହିନ୍ଦୋଳ ଓ ବରଗଡ଼ର ଅତାବିରା ଏନ୍ଏସି ନିର୍ବାଚନ

ଢେଙ୍କାନାଳ  : ଆଜି ଢେଙ୍କାନାଳ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ। ସକାଳ ୮ଟାରୁ ଭୋଟ୍ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏଥର ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡରେ ୯ ହଜାର ୬୪୭ ଭୋଟର୍ ମତ ସାବ୍ୟସ୍ତ କରିବେ।

ମତଦାନ ପାଇଁ ୧୬ଟି ବୁଥ୍‌ କରାଯାଇଛି।  ସମସ୍ତ ବୁଥକୁ ଉତ୍ତେଜନା ପ୍ରବଣ ହିସାବରେ ନିଆଯାଇଛି। ୧୬ଟି ୱାର୍ଡ ପାଇଁ ୪ଜଣ ସେକ୍ଟର ଅଫିସର ଓ ୩ ଜଣ ସେକ୍ଟର ମାଜିଷ୍ଟ୍ରେଟ୍ ନିଯୁକ୍ତ ହୋଇଛନ୍ତି। ସେହିପରି ବରଗଡ ଅତାବିରା ଏନଏସି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।

୧୩ଟି ବୁଥରେ ଭୋଟଗ୍ରହଣ କରାଯିବ। ଏଥର ୩୮ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଉଭୟ ପୌରାଞ୍ଚଳରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ୫ ତାରିଖରେ ଭୋଟ୍ ଗଣତି ହେବ।

ଦେଖନ୍ତୁ ଏହି ଭିଡ଼ିଓ