ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗ, ଗିରଫ ହେଲେ ଭିଏଲ୍‌ଡ଼ବ୍ଲ୍ୟୁ

ତେଲକୋଇ: ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗରେ ଭିଏଲଡବ୍ଲୁ (Village Level Worker) ଗିରଫ।  ଏହି ମାମଲାରେ ଜଗମୋହନପୁରର ଭିଏଲ୍ଡବ୍ଲୁ ତାରକାନ୍ତ ବେହେରାଙ୍କୁ ଗିରଫ କରିଛି ତେଲକୋଇ ପୋଲିସ।

ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ଫେରାର ଥିବା ଜଣାପଡିଛି। ପଞ୍ଚାୟତରେ ଗ୍ରାମସଭା ଏବଂ କାର୍ଯ୍ୟ ବଣ୍ଟନରେ ଅନିୟମିତତାକୁ ବିରୋଧ କରିଥିଲେ ସମିତି ସଭ୍ୟା ପୁଷ୍ପାଞ୍ଜଳି ଆପଟ୍‌। ଏଥିପାଇଁ ପୁଷ୍ପାଞ୍ଜଳିଙ୍କୁ ଗ୍ରାମସଭାରୁ ଧକ୍କା ମାରି ବାହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିଲା। ଏହାସହ ସମିତିସଭ୍ୟାଙ୍କୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ବିଭିନ୍ନ ମୋବାଇଲକୁ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି।

ସେପଟେ ସମିତିସଭ୍ୟା ଆଣିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଭିଏଲ୍ଡବ୍ଲୁ ତାରାକାନ୍ତ। ଅନ୍ୟପକ୍ଷରେ ଏନେଇ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like